କଟକ(ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୩୧ ପରଠାରୁ ବିଏସ୍-୪ ଗାଡି ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ । ଏନେଇ ୨୦୧୮ ଅକ୍ଟୋବର ୨୪ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ତେବେ ଗତକାଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏନେଇ ରାଜ୍ୟରେ ଥିବା ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏପ୍ରିଲ୍ ପହିଲା ପୂର୍ବରୁ ବିକ୍ରି ହୋଇଥିବ ଗାଡିଗୁଡିକ ଜୁନ ୩୦ ପର୍ଯ୍ୟନ୍ତ ପଞ୍ଜୀକରଣ ହୋଇପାରିବ ।
ଏହା ପରେ ଆଉ ବିଏସ୍-୪ ଗାଡି ପଞ୍ଜୀକରଣ ହୋଇପାରିବ ନାହିଁ । ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ନିଜ ଅଧିନରେ ଥିବା ଗାଡି ବିକ୍ରେତାଙ୍କୁ ଏସମ୍ପର୍କରେ ଅବଗତ କରାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ସେହିପରି ଷ୍ଟେଜ୍-୬ ଗାଡି ଗୁଡିକ ବଜାରକୁ ଆସିଶାରିଲାଣି । ଏହା କମ୍ ପ୍ରଦୂଷଣ ଯୁକ୍ତ ହୋଇଥିବାରୁ ବିଏସ୍-୪ ଗାଡିଗୁଡିକ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।