ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତାକାଲିଠୁ ଆରମ୍ଭ ବିଧାନସଭା ବଜେଟ୍ ଅଧିବେଶନ । କେନ୍ଦ୍ର ବଜେଟ୍ ପରେ ଏବେ ଉପସ୍ଥାପନ ହେବାକୁ ଯାଉଛି ରାଜ୍ୟ ବଜେଟ୍ । ଅଧିବେଶନକୁ ସୁଚାରୁରୂପେ ତୁଲାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ସର୍ବଦଳୀୟ ବୈଠକ ।
ଦୁଇଟି ପର୍ଯ୍ୟାୟରେ ତଥା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ପହିଲା ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏଁ ଚାଲିବ ।