ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଲଗାତାର ଭାବେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ପୁଣି ଥରେ ବଢିଛି ବସ ଭଡା । ।୧୨ ଟି ଦିଗକୁ ଦୃଷ୍ଟିରେ ରଖି ବସ ଭଢା ବଢାଯାଇଛି ବୋଲି କହିଛନ୍ତି ବସ ଆସୋସିଏସନର ସମ୍ପାଦକ । ସାଧାରଣ ବସ ଭଡା କିଲୋମିଟର ପ୍ରତି ୬ ପଇସା ଓ ଏକ୍ସପ୍ରେସ ବସ ଭଡା ୭ ପଇସା କୁ ବୃଦ୍ଧି କରାଯାଇଛି ।
ସେହିପରି ଏକ୍ସପ୍ରେସ ବସ ଭଡା ୭୭ ପଇସାରୁ ୮୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ୨ ପଇସା ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୮ ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ ଭଡା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା କୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ଭଢା ୧ ଟଙ୍କା ୩୯ ପଇସା ବୃଦ୍ଧି ପାଇଛି । ଠିକ୍ ସେହିପରି ସୁପର ପ୍ରିମିୟର ବସ ଭଡା ୨ ଟଙ୍କା ୧୭ ପଇସା କୁ ବୃଦ୍ଧି ପାଇଛି ।
ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ସେହି ସମୟରେ ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ ଭଡା ଏକ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।