ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମେରିକା ଓ ଇରାକ ମଧ୍ୟରେ ଲାଗିଥିବା ବିବାଦ ଏବେ ଯୁଦ୍ଧ ଆଡକୁ ଗିତି କରିଛି । ତେବେ ଏହାର ପ୍ରଭାବ ଏବେ ସାରା ବିଶ୍ୱରେ ପଡିବା ଆରମ୍ଭ ହୋଇଗଲାଣି । ଯାହାର ସିଧା ପ୍ରଭାବ ଏବେ ଦେଖିବାକୁ ମିଳିଛି ଓଡିଶାରେ । ଲଗାତାର ପ୍ରେଟ୍ରୋଲ ଦର ବଢୁଥିବାରୁ ଏବେ ଓଡିଶାରେ ବସ ଭଡା ବଢିଛି । ଆଜିଠାରୁ ବର୍ଦ୍ଧିତ ଦର ଓଡିଶା ବସ ମାଲିକ ସଂଘ ଲାଗୁ କରିଛି । ସୂଚନା ଅନୁସାରେ ଏକ୍ସପ୍ରେସରେ ଏବେ କିଲୋମିଟର ପ୍ରତି ୧ ପଇସା ବୃଦ୍ଧି କରିଛି ।
ପୂର୍ବରୁ ଏକ୍ସପ୍ରେସରେ କିଲୋମିଟର ପ୍ରତି ଭଡା ୭୨ ପଇସା ଥିବା ବେଳେ ତାହା ଏବେ ୭୩ ପଇସା ହୋଇଛି । ସେହିଭଳି ଏସି ଡିଲକ୍ସରେ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିଭଳି ସାଧାରଣ ବସ ଭଡା କିଲୋମିଟର ପ୍ରତି ୧ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ସାଧାରଣ ବସ କିଲୋମିଟର ପ୍ରତି ୬୯ ପଇସା ରହିଥିବା ବେଳେ ଏବେ ଏହା ୭୦ ପଇସା ହୋଇଛି । ପୂର୍ବରୁ ଏସି ଡିଲକ୍ସ ବସ କିଲୋମିଟର ପିଛା ୧. ୨୧ ପଇସା ରହିଥିଲା ଯାହା ବର୍ତ୍ତମାନ ତାହା ୧.୨୩ ପଇସା ହୋଇଛି । ଡିଲକ୍ସ ୯୯ ପଇସାରୁ ୧.୦୧ ପଇସା ହୋଇଛି ।