ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାଙ୍ଗା ମାଡର ଶିକାର ହେଉଛନ୍ତି ସାଧାରଣ ଜନତା । ଲଗାତର ଭାବେ ତୈଳ ଦର ବୃଦ୍ଧି ହେବା ପରେ ଏବେ ରାଜ୍ୟରେ ପୁଣି ବୃଦ୍ଧି ହେଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି ହୋଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ଏବଂ ସୁପର ପ୍ରିମିୟମ ବସ୍ ଭଡା ୯ ପଇସା ବୃଦ୍ଧି ହୋଇଛି ।
ସାଧାରଣ ବସ୍ ଭଡା କିଲୋମିଟର ପିଛା ପୂର୍ବରୁ ୮୯ ପଇସା ରହିଥିଲା କିନ୍ତୁ ଦର ବୃଦ୍ଧି ହେବା ପରେ ଏବେ ୯୨ ପଇସାରେ ପହଁଚିଛି । ସେହିପରି ଏକ୍ସପ୍ରେସ ବସ୍ ର ଭଡା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ବସ୍ ର ଭଡା ୧ ଟଙ୍କା ୨୯ ପଇସାରୁ ୧ ଟା ୩୫ ପଇସାରେ ପହଁଚିଛି, ଏସି ଡିଲକ୍ସ ବସ୍ ର ଭଡା ୧ ଟଙ୍କା ୫୭ ପଇସାରୁ ୧ ଟଙ୍କା ୬୩ ପଇସାରେ ପହଁଚିଛି, ସୁପର ପ୍ରିମିୟମ ବସ୍ ର ଭଡା ୨ ଟଙ୍କା ୪୪ ପଇସାରୁ ୨ ଟଙ୍କା ୫୩ ପଇସାରେ ପହଁଚିଛି ।