ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ବୃଦ୍ଧି ପାଇଛି ଘରୋଇ ବସ ଭଡା । କ୍ରମାଗତ ଭାବରେ ଡିଜେଲ ଓ ପେଟ୍ରୋଲ ଦର ବଢିବାରୁ ବସ ଭଡାକୁ ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ବଦ୍ଧିତ ଦର ଅନୁସାରେ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି ।
ଏବେ ଅର୍ଡିନାରି ବସ୍ ଭଡ଼ା ୬୭ରୁ ୭୦ ପଇସାକୁ ବୃଦ୍ଧି ପାଇଛି, ସେହିପରି ସାଧାରଣ ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସା ହୋଇଛି। ସେହିପରି ଡିଲକ୍ସ ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି ।