ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା କନକ୍ଳେଭର ଦ୍ୱିତୀୟ ଦିନ । ଆଜି ସକାଳ ୧୦ଟା ୩୦ରୁୁ ପ୍ଳିନାରି ଅଧିବେଶନ ଓ ବିଜିନେସ ଲିଡରସିପ ସମ୍ମିଳନୀ ଆରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୈାତମ ଆଦାନୀ,ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ,ବେଦାନ୍ତ ରିସୋର୍ଟସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ,ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା ଏବଂ ଜିଣ୍ଡଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ପ୍ରମୁଖ ଯୋଗ ଦେଇଛନ୍ତି । ତେବେ ସବୁଠାରୁ ବଡ ଆକର୍ଷଣ ହେଉଛି ଭାରତର ସବୁଠାରୁ ବଡ ଧନୀ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବରେ ଯୋଗ ଦେଇଛନ୍ତି । ୧୨.୪୫ରେ ଉଦବୋଧନ ଦେବେ ମୁକେଶ ।
ଆଜି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଜାପାନ ଆଲୋଚନା ଚକ୍ର ,ଖାଦ୍ୟ ପ୍ରକ୍ରିୟାକରଣ ,ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି , ଲଜିଷ୍ଟିକ ଓ ଭିତ୍ତିଭୂମି ଉପରେ ଅଧିବେଶନ ଏବଂ ପର୍ଯ୍ୟଟନ ପୁଞ୍ଜିନିବେଶ ଆଲୋଚନା ଚକ୍ର ସଂନ୍ଧ୍ୟା ୫.୩୦ରୁ ୭.୩୦ ଭିତରେ କଳିଙ୍ଗ ଷ୍ଟାଡିୟମରେ ଏକ୍ସିଲେନ୍ସ ପାଇଁ ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି । ମେକ ଇନ ଓଡିଶା କନକ୍ଳେଭ ୫ ଦିନ ଧରି ଚାଲିବ । ଗତକାଲି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବହୁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମୁଖ୍ୟତଃ ଗତକାଲି ଜନଜାତି ସଂଗ୍ରାହାଳୟରେ ଆୟୋଜିତ ହୋଇଥିବା ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନୋରଞ୍ଜନ କରିଥିଲା ।