ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରାହକଙ୍କୁ ଝଟକା । କ୍ଷୀର ଦର ବଢାଇଲା ଓମଫେଡ କମ୍ପାନୀ । ଖୀର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଏପ୍ରିଲ ପହିଲାରୁ ଲାଗୁ ହେବ ନୂତନ ଦର । ଗୋଖାଦ୍ୟ, ଚାରା,ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ଦର ବୃଦ୍ଧି କରିଛି ଓମଫେଡ୍ ।
ଓମଫେଡ୍ ର ୫୦୦ ଏମଏଲ୍ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ବୃଦ୍ଧି ହୋଇ ୨୩ ଟଙ୍କା ହୋଇଛି । ସେହିପରି ପ୍ରିମିୟମ କ୍ଷୀର ଦାମ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ, ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ଏବଂ ଚା’ ସ୍ପେସିଆଲ କ୍ଷୀରର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ହୋଇଛି ।