ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ୩ଟି ଗୁୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କ୍ୟାବିନେଟ ବୈଠକଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବସିବ । ଆଜି ସଂନ୍ଧ୍ୟାରେ ଭଡିଓ କନଫରେନ ସିଂ ଜରିଆରେ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରେ ଐତିହ୍ୟା କ୍ୟାବିନେଟ ବୈଠକ ପରେ କୃଷି କ୍ୟାବିନେଟ ୫ଟା ୧୫ରେ ବସିବ । ଏହାପରେ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବ ।
ଏହି କ୍ୟାବିନେଟ ବୈଠକ ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ମହାମାରୀ ସହ ରାଜ୍ୟରେ ବନ୍ୟା ପାଇଁ କୃଷି କ୍ଷେତ୍ର ଅନେକ ପ୍ରଭାବିତ ହୋଇ ଥିବାରୁ ବୈଠକରେ କୃଷି ଓ କୃଷକ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ । ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ଅଧ୍ୟାଦେଶ ଜାରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ଏହି କ୍ୟାବିନେଟ୍ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ମୁଖ୍ୟ ଶାସନ ସଚିବ ଏହି କମିଟିର ସଚିବ ରହିଥିବାବେଳେ କୃଷି ବିଭାଗ ସଚିବ ଏହାର ଆବାହକ ରହିଛନ୍ତି।
ଆଜି ବସିବ ରାଜ୍ୟ କ୍ୟାବିନେଟର ୩ଟି ଗୁରୁତ୍ୱପୂର୍ଣ୍ଣ ବୈଠକ
Tags #AtrNews #Odisha