ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ଟିକାର ମୁକାବିଲା ପାଇଁ ଭାରତକୁ ସହଯୋଗ ମାଗିଛି କାନାଡା । କାନାଡା ସହଯୋଗ ମାଗିବା ପରେ ସବୁ ପ୍ରକାରର ସହାୟତା ପ୍ରଦାନ କରିବେ ବେ।।ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶୃତି ଦେଇଛନ୍ତି ।ଭାରତ ୨୦ ଟି ଦେଶକୁ ଏ ପର୍ଯ୍ୟନ୍ତ ଟିକା ପଠାଇ ସାରିଥିବା ବେଳେ ଆହୁରି ଅନେକ ଦେଶ ଭାରତରୁ ଟିକା ପାଇବେ ବୋଲି ଆଶା ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ମୋ ବନ୍ଧୁ ଜଷ୍ଟିସ ଟ୍ରୁଡୋଙ୍କଠାରୁ ଏକ ଫୋନ କଲ ପାଇଁ ଖୁସି ଲାଗିଲା । ମୋଦୀ ଟ୍ରୁଡୋଙ୍କୁ କହିଛନ୍ତି କାନାଡା ଖୋଜୁଥିବା କୋଭିଡ ଟିକା ଯୋଗାଣରେ ଭାରତ ଯଥାସମ୍ଭବ ଚେଷ୍ଟା କରିବ । ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାନ ଇକୋନୋମୀ ସଂପର୍କିତ ଆଲୋଚନା ହୋଇଛି ବୋଲି ମୋଦୀ କହିଛନ୍ତି ।
ଆଲୋଚନା ସମୟରେ କାନାଡା ପାଇଁ କେତେ ଟିକା ଆବଶ୍ୟକ ରହିଛି ଏନେଇ ପ୍ରଧାନମନ୍ତ୍ରୀ ଜଷ୍ଟିସ କହିଥିଲେ ।