କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି । ତାଙ୍କ ନାମରେ ଆଇପିସି ଧାରା ୩୪୧, ୩୨୩, ୨୯୪, ୫୦୦ ଏବଂ ୫୦୬ ଦଫାରେ ମାମଲା ରୁଜୁ କରିଛି ପୋଲିସ । କେନ୍ଦ୍ରାପଡା ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲାକୁ ଭିତ୍ତି କରି ପୋଲିସ ଅନୁଭବଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ ଗତ ୬ ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଭବ ମହାନ୍ତି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ।
ସେଠାରେ ଓଟିଭିର ସାମ୍ବାଦିକ ମନୋଜ ସ୍ୱାଇଁ ସାଂସଦଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ମାତ୍ର ଅନୁଭବ ତାଙ୍କୁ ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିବା ସହିତ ତାଳି ମାରିଥିଲେ । ତମେ ଖବରକୁ କଦର୍ଥ କରୁଛ ବୋଲି ଆକ୍ଷେପ ମଧ୍ୟ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏମିତି କି ସାଂସଦ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିଥିଲା । ତେବେ ଏହି ଘଟଣାକୁ ନେଇ କେନ୍ଦ୍ରାପଡା ଥାନାରେ ସାମ୍ବାଦିକ ମନୋଜ ସ୍ୱାଇଁ ଅଭିଯୋଗ କରିଥିଲେ ।