ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ଆଜି ପୁଣି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପୁଞ୍ଚ ଳିଲ୍ଲାର ମନକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରିଛି । ଦୀର୍ଘ ୭ଘଣ୍ଟା ଧରି ଗୁଳିବିନିମୟ କରିଥିଲା ଭାରତୀୟ ସେନା ବାହିନୀ ।ଗୋଟେ ପଟେ ଚୀନ ରହିଥିବା ବେଳେ ଅନ୍ୟପଟେ ରହିଛି ପାକିସ୍ତାନ । ପାକିସ୍ତାନ ପଟୁ ଗୁରୁବାର ଦିନ ବିଏସଏଫ କ୍ୟାମ୍ପକୁ ଟାର୍ଗେଟ କରି ଗୁଳିବର୍ଷଣ କରାଯାଇଛି । ଏଥିରେ କାହାର ମୃତ୍ୟୁ ହୋଇଥିବାର ଜଣାପଡ଼ି ନାହଁ ।
ରାତି ପ୍ରାୟ ୨ଟା ୩୦ ବେଳେ ଅସ୍ତ୍ରବିରତି ଉଲଂଘନ କରି ମନକୋଟ ସେକ୍ଟରରେ ଏଲ. ଓ .ସି ଉପରେ ଗୁଳି ଚଳାଇ ମୋର୍ଟାର ମାଡ଼ କରିଥିବାର କହିଛନ୍ତି ପ୍ରତିରକ୍ଷା ମୁ୍ଖପାତ୍ର ।ଗୂଳିବିନିମୟ ସମୟରେ ଭାରତର କୋ÷ଣସି କ୍ଷୟକ୍ଷତି ହୋଇନାହିଁ । ପାକିସ୍ତାନ ପକ୍ଷରୁ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିରହିଥିଲା । ଏହି ଗୁଳି ବିନିମୟ ପ୍ରାୟ ସକାଳ ୫ଟା ୧୦ ରେ ବନ୍ଦ ହୋଇଥିଲା । ଆତଙ୍କବାଦୀ ମାନେ ବିଏସଏଫ ର ପୋଷ୍ଟ କୁ ଟାର୍ଗେଟ କରିଥିଲେ । ଯାହାର କଡ଼ା ଜବାବ ଦେଇଥିଲେ ବିଏସଏଫ ସୌନମାନେ ।