ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗାଡି ଚଳାଚଳ ଯାଞ୍ଚକୁ କଡାକଡି କରାଯିବ ସହ ନିୟମ ଉଲଂଘନକାରୀଙ୍କୁ ଧରିବା ଲାଗୁ ହୋଇଛି ନୁଆ ନିୟମ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ।ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି ।
ଏଣିକି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ନଜର ରଖିବ ସିସିଟିଭି । ପ୍ରତି ୪ ରୁ ୫ କିଲୋମିଟର ବ୍ୟବଧାନରେ ଲାଗିବ ସିସିଟିଭି । ଏହା ଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ । ନିୟମ କଡ଼ାକଡ଼ି କରିବାକୁ ଭେହିକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ।ଆଜିଠାରୁ ରାଜ୍ୟବ୍ୟାପି ସଡକ ସୁରକ୍ଷା ମାସ ପାଳିତ ହୋଇଛି । ଦୁର୍ଘଟଣା କୁ କମାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିବହନ କମିଶନର ।
ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି । ଏଥି ନିମନ୍ତେ ୧୫ କୋଟି ମଞ୍ଜୁରୀ ହୋଇଛି । ବସ୍ , ଟ୍ୟାକ୍ସି , ସ୍କୂଲ ବସ ଲୋକେସନ ଟ୍ରାକିଂ ହେବ ବୋଲି କହିଛନ୍ତି । ଦ୍ରୁତ ଗତିରେ ଗାଡି ଚଳାଇବା , ଗୋଟିଏ ବାଇକରେ ୩ ଜଣ ଯିବା, ବିପରୀତ ଦିଗରେ ଯିବା , ସିଟ ବେଲ୍ଟ ପିନ୍ଧିବା ଓ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।