ବାଲେଶ୍ୱର ( ଏଟିଆର ବ୍ୟୁରୋ) କେନ୍ଦ୍ରମନ୍ତ୍ରୀ ହେବା ପ୍ରଥମ ଥର ପାଇଁ ନିଜ ଗାଁକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପୁରା ଦେଶରେ ଏବେ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ମନ୍ତ୍ରୀ ହେବାପରେ ଗାଁକୁ ଅସିବା ଅବସରରେ ତାଙ୍କୁ ଗାଁରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗ୍ରାମବାସୀମାନେ ବାଜା ବଜାଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ପ୍ରତାପ ଷଡଙ୍ଗୀ ତାଙ୍କ ଗୁରୁ ତ୍ରିଲୋଚନ ସାହୁଙ୍କୁ ଦେଖା କରିଛନ୍ତି । ଗୁରୁଙ୍କ ପାଦ ଛୁୁଇଁ ପ୍ରଣାମ କରିବା ସହିତ ଆଶୀର୍ବାଦ କାମନା କରିଥିଲେ ।
ଏହି ଅବସରରେ ଗୁରୁ ତ୍ରିଲୋଚନ ପ୍ରତାପଙ୍କ ପାଇଁ ଏକ କବିତା ପାଠ କରିଥିଲେ । ସେହିଭଳି ନୀଳଗିରିେ ଥିବା ତାଙ୍କ କୁଡିଆ ଘରେ ସେ ରାତ୍ରି ଯାପନ କରିଛନ୍ତି । ଗୋପୀପୁରରେ ଗ୍ରାମବାସୀ ମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା କରିଛନ୍ତି । ଗାଁର ପୁଅ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ଗ୍ରାମର ଯୁବକ ମାନେ ପରସ୍ପରକୁ ମିଠା ବାଣ୍ଟୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଗ୍ରାମର କିଛି ବରିଷ୍ଠ ଲୋକ ପ୍ରତାପଙ୍କୁ ଏକ ହୀରା ସହିତ ତୁଳା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତାପଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିବାରୁ ଗ୍ରାମବାସୀମାନେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀ ଦୁଇ ଜଣ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିଲେ । ଯାହାକୁ ନେଇ ସୋଶାଲ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।