ବାଲେଶ୍ୱର(ଏଟିଆର ବ୍ୟୁରୋ): ବାଲେଶ୍ୱର ଚାନ୍ଦିପୁର ଠାରେ ସମନ୍ନିତ ପରୀକ୍ଷଣ କେନ୍ଦ୍ରରୁ ମଲଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍ ପିନାକ୍ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ସକାଳେ ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ, ଉଚ୍ଚ ଅଧିକାରୀ ମାନଙ୍କର ଉପସ୍ଥିତିରେ ଏହି ପରିକ୍ଷଣ କରାଯାଇଛି । ରକେଟଇ ପିନାକ୍ ର ପରିକ୍ଷଣ ତିନି ଥର ପରୀକ୍ଷଣ କରାଯାଇଛି ।
ସୂଚନା ଅନୁସାରେ ରକେଟ୍ ଉତକ୍ଷେଣ ହେବା ପରେ ପିନାକ୍ ନିର୍ଦ୍ଦିଷ୍ଟ ସମୟ ସ ଦୂରତାରେ ଲକ୍ଷ୍ୟଭେଦ କରିଥିଲା । ଏହି ରକେଟ ହେଉଛି ଭାରତୀୟ ସ୍ଥଳସେନା ଦ୍ୱାରା ବ୍ୟବହୃତ ଅଧିକ ଦୂରଗାମୀ ସଂପନ୍ନ ସ୍ୱୟଂ ଚାଳିତ ରକେଟ୍ ସିଷ୍ଟମ । ରକେଟ୍ ପିନାକ୍ ଏକାଥରରେ ବିଭିନ୍ନ ଦିଗକୁ ଯାଇ ଧ୍ୱଂସଲୀଳା ରଚି ପାରିବ । ଏହାର ୭୫ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ପୂର୍ବରୁ ଏହି ରକେଟ୍ ର ପରିକ୍ଷଣ ଗତ ୧୯ ତାରିଖରେ କରାଯାଇଥିଲା ।