ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ସରକାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜଲସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ କମିସନର ଭାବେ ଦାୟିତ୍ୱ ଦେଇ ତାଙ୍କ ଠାରୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ପଦ ପ୍ରତ୍ୟାହାର କରିନେଇଛନ୍ତି ।
ଓଡିଶା ଆର୍ଦଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଓ ଓପେପା ଅତିରିକ୍ତ ନିର୍ଦ୍ଦେଶକ ରଘୁରାମ ଆୟରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । ତାଙ୍କ ଠାରୁ ଓପେପାର ଅତିରିକ୍ତ ନିର୍ଦ୍ଦେଶକ ପଦ ପ୍ରତ୍ୟାହାର କରାଯାଇଛି ।
ବର୍ତ୍ତମାନ ଚନ୍ଦାହାଣ୍ଡି ବ୍ଲକ ବିଡିଓ ମହେଶ କୁମାର ଚୌଧୁରୀଙ୍କୁ ପାରାଦୀପ ମ୍ୟୁନିସିପାଲିଟିର ବିଦେଶ ଚାକିରି ନୀତି ଓ ସର୍ତ୍ତାବଳୀ ଅନୁୟାୟୀ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି ଷ୍ଟିଲ୍ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ଥିବା ଗଣେଶ୍ୱର ଜେନାଙ୍କ ଠାରୁ ଷ୍ଟିଲ୍ ମାଇନ୍ସ ବିଭାଗର ଅତିରିକ୍ତ ପଦ ପ୍ରତ୍ୟାହାର କରାଯାଇଛି । ପରବର୍ତ୍ତୀ ଆଦଶ ପର୍ଯ୍ୟନ୍ତ ସେ କେବଳ ଇଡକୋର ଜେନେରାଲ ମ୍ୟାନେଜର ପଦରେ ରହିବେ ।