ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମେଣ୍ଟ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ । ଏଣିକି ସରଗରମ ହେବ ନିର୍ବାଚନୀ ମୈଦାନ । ଆରମ୍ଭ ହେବ ଟିକେଟ ପାଇଁ କସରତ । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ଏନେଇ ବିଜେଡି ଓ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ । ଏହାରି ମଧ୍ୟରେ ନବୀନ ନିବାସରେ ପ୍ରସ୍ତୁତ ହେଉଛି ୨୦୨୪ ମହାଲଢେଇର ବ୍ଲୁ ପ୍ରିଣ୍ଟ ।
ସୂଚନାମୁତାବକ, ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୨ ଟି ବିଧାନସଭା ଆସନ ହାତେଇଥିବା ବେଳେ ୮ ଟି ହାସଲ କରିଥିଲା ଲୋକସଭା ଆସନ । ସେହିପରି ବିଜେଡି ୧୧୩ ଟି ବିଧାନସଭା ଆସନ ଓ ୧୨ ଟି ଲୋକସଭା ଆସନ ହାତେଇଥିଲା ।