ପୁରୀ (ଏଟିଆର ବ୍ୟୁରୋ):ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଏବେ ନାହାକା ହଣା, ପୋଲଗୟଳ କାମ ଚାଲିଥିବା ବେଳେ ଦୋଳବେଦୀ ପରିସରରେ କରତୀ ସେବକ ରଥର ପୋଲ ଗୟଳ କାଟୁଛନ୍ତି । ଏହାପରେ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଚାରି ନାହାକା ଉଠିବ ।
ସେପଟେ ଏବେ ସୁଦ୍ଧା ଚକ କାମ ଶେଷ ହୋଇଛି । ଏହାପରେ ଦଣ୍ଡା ଅନୁକୂଳ ଓ ଭୁଇଁ କାଠରେ ବିନ୍ଧ ଅନୁକୂଳ ହେବ ।