ସୁନ୍ଦରଗଡ(ଏଟିଆର ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଗସ୍ତ କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ପୂର୍ବାହ୍ନ ୧୧ଟା ୩୦ ରେ ଝାରସୁଗୁଡା ଯାତ୍ରା କରିଛନ୍ତି। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯାତ୍ରା କରିଛନ୍ତି ।ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହା ମଧ୍ୟରେ ୨୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡ଼ିଆର ଉନ୍ନତିକରଣ, ସୁନ୍ଦରଗଡର ଇବ ନଦୀ କୂଳରେ ୮୫ କୋଟି ଟଙ୍କା ବ୍ୟୟରେ ରିଂ ରୋଡ ଓ ଭୋଜପୁର ନିକଟ ଇବ ନଦୀ ଉପରେ ୧୬ କୋଟି ଟଙ୍କା ବ୍ୟୟରେ ପୋଲ, ଆଦି ଯୋଜନା ରହିଛି । ଏହି କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ବିଧାୟକ ଶାରଦା ନାୟକ, ସୁବ୍ରତ ତରାଇ ଏବଂ ପୂର୍ବତନ ବିଧାୟକ ଯୋଗେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।