ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶରେ ନାଗରିକ ସଂଶୋଧନ ବିଲ୍ କୁ ନେଇ ଆନ୍ଦୋଳନ ଲାଗି ରହିଛି । ଏହାକୁ ନେଇ ଚାରିଆଡେ ବ୍ୟାପକ ଆନ୍ଦୋଳନ ଚାଲିଥିବା ବେଳେ ହିଂସା ମଧ୍ୟ ଦେଖିବାକୁ ମିଳୁଛି । କିଛି ସ୍ଥାନରେ କର୍ଫ୍ୟୁ ସାଙ୍ଗକୁ ସେନା ମଧ୍ୟ ମୁତୟନ କରାଯାଇଛି । ଏତେ ସତ୍ୱେ ବିରୋଧ କମ ହେବାର ନା ଧରୁନି । ଆସାମ ପରେ ପଶ୍ଚିମବଙ୍ଗ ମଧ୍ୟ ଏହାର ହିଂସା ଜୋରଦାର ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହି ବିଲ୍ କୁ ବିରୋଧ କରିବା ସହ ଏହା ବିରୋଧରେ ଆନ୍ଦୋଳନ କରିବାରେ ଲାଗିପଡିଛନ୍ତି ।
ତେବେ ଏବେ ସମସ୍ତଙ୍କର ନଜର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ନିଜର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଲାଗୁ ହୋଇଥିବା CAAର ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ । ଏହା କେବଳ ବିଦେଶୀ ନାଗରକଙ୍କ ପାଇଁ ପ୍ରଯୁଜ୍ୟ । ତେବେ ଆମେ NRC କୁ ସମର୍ଥନ କରୁନାହୁଁ । ଏହା ବାବଦରେ ଆମେ ଆମର ଆଭିମୁଖ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛୁ । କୌଣସି ବି ଗୁଜବକୁ ବିଶ୍ୱାସ କରନ୍ତୁନାହିଁ ଏବଂ ଶାନ୍ତି ବଜାଇ ରଖନ୍ତୁ ।