ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବରେ କରୋନା ତାର କାୟା ଦେଖାଉଚି କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ସେତିକି କଠୋର ହୋଇଛନ୍ତି । ତେବେ ରାଜ୍ୟରେ ଆଜିଠାରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଲକ ଡାଉନ ସମୟରେ କୌଣସି ଜରୁରୀ କାମ ପାଇଁ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ଏଥିପାଇଁ ସରକାର ଜଜରିମାନା ରାଶି ମଧ୍ୟ ସ୍ଥିର କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ଆଜି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ଜରିମାନା । ପ୍ରଥମ ୩ ଥର ମାସ୍କ ନପିନ୍ଧି ଆଇନ ଭାଙ୍ଗିଲେ ଦେବାକୁ ପଡିବ ୨୦୦ ଟଙ୍କା ଲେଖାଏଁ ଜରିମାନା । ସେହିଭଳି ୩ ଥରରୁ ଅଧିକ ଥର ନିୟମ ଉଲ୍ଲଘଂନ କଲେ ଦେବାକୁ ପଡିବ ୫୦୦ ଟଙ୍କାର ଜରିମାନା । ରୁମାଲ , ଗାମୁଛା, କପଡା ଓ ଓଢଣୀକୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରିହେବ । ଅନ୍ୟପଟେ ଛୋଟ ଶିଶୁ, ଶ୍ୱାସ ରୋଗୀ ଓ ଅଚେତ ହୋଇ ଯାଉଥିବା ଲୋକଙ୍କୁ ମାସ୍କ ନ ପିନ୍ଧାଇବାକୁ କୁହାଯାଇଛି ।