ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆଜି ସକାଳ ସୁଦ୍ଧା କରୋନା ରାଜ୍ୟରେ କେରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଗତକାଲି ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବିଷୟରେ ସୂଚନା ଦିଆଯାଇଛି ।
#Covid19 Case #Odisha
9th April, 2020Total 6 new Cases on 9th April, 2020
Total Positive Cases so far: 48 pic.twitter.com/POhTdshaGP— I & PR Department, Odisha (@IPR_Odisha) April 9, 2020
ଜଣେ ଆକ୍ରାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲା ହୋଇଥିବା ବେଳେ ଆଉ ଜଣଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣା ପଡିଛି । ପଶ୍ଚିମବଙ୍ଗର ଯେଉଁ ବ୍ୟକ୍ତି ଜଣଙ୍କ ଚିହ୍ନଟ ହୋଇଛନ୍ତି ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିଭଳି ଢେଙ୍କାନାଳରେ ଜଣେ ମହିଳା କରୋନା ପଜେଟିଭ ବୋଲି ଜଣା ପଡିିଛି । ତେବେ ଏମାନଙ୍କ କଣ୍ଟାକ୍ଟରେ କେଉଁମାନେ ସବୁ ଆସିଛନ୍ତି ସେନେଇ ସରକାରଙ୍କ ପକ୍ଷରୁ ଯାଞ୍ଚ କରାଯାଉଛି ।