ଦେବଗଡ (ଏଟିଆର ବ୍ୟୁରୋ): ଖେଳ ହେଲା କାଳ । କେତେ ଖୁସିରେ ଖେଳୁଥିଲା । କିଏ ଜାଣିଥିଲା ଏମିତି ହେବ । ଖେଳୁ ଖେଳୁ ନିଷ୍ପାପ ପିଲାଟି ପଡିଯିବ ଧାନଉଁଷା କୁଣ୍ଡରେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ସାମନ୍ତରାପାଲିରେ । ସୂଚନା ଅନୁସାରେ ଆଜି ଉକ୍ତ ଗ୍ରାମର ବାବୁଲି ସାହୁଙ୍କ ପୁଅ ପ୍ରିନ୍ସ ସାହୁ ସବୁଦିନ ଭଳି ବାହାରେ ଖେଳୁଥିଲା ।
ପିଲାଟି ଆଜି ଖେଳୁଥିବା ସମୟରେ କୌଣସି ପ୍ରକାରେ ପାଣି ଭର୍ତ୍ତି ହୋଇଥିବା ଧାନଉଁଷା ହାଣ୍ଡିରେ ପଡି ଯାଇଥିଲା । ତେବେ ପୁଅକୁ ଘରେ ବେଶି ସମୟ ଧରି ନ ଦେଖିବାରୁ ଘରଲୋକ ମାନେ ଖୋଜାଖୋଜି କରିଥିଲେ । ବହୁତ ଖୋଜା ଖୋଜି କରିବା ପରେ ପିଲାଟିକୁ ଧାନଉଁଷା ହାଣ୍ଡିରେ ଦେଖିଥିଲେ । ସେତେବେଳେ ପିଲାଟିର ମୃତ୍ୟୁ ହୋଇ ସାରିଥିଲା । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।