କେନ୍ଦୁଝର(ଏଟିଆର ବ୍ୟୁରୋ); ଦୀର୍ଘଦିନ ଧରି ଚାଲିଥିବା କଳାକାରନାମାର ପର୍ଦ୍ଦାଫାସ ହୋଇଛି । ନଭେମ୍ବର୮ରୁ ଅପହରଣ କରି ନାବାଳିକା ସହ ରଖୁଥିଲା ଦେହର ସମ୍ପର୍କ । ଯାହା ଉପରୁ ଡିସେମ୍ବର ୧୫ରେ ଉଠିଛି ପରଦା । ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରିଛି । ଅଭିଯୁକ୍ତ ଜଣକ ହେଲା ଜିତେନ୍ଦ୍ର । ତା ଘର ଉତ୍ତର ପ୍ରଦେଶର ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଜିତେନ୍ଦ୍ର ଗତକାଲି ଜନସନପୁର ନିକଟ ଜଙ୍ଗଲରେ ନାବାଳିକାକୁ ମାଡ଼ ମାରୁଥିବା ବେଳେ ସ୍ଥାନୀୟ ଲୋକ ଦେଖି ପୁଲିସ ଖବର ଦେଇଥିଲେ। ପୁଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା।
ମିଳିଥିବା ସୂଚନା ମୁତାବକ ଜିତେନ୍ଦ୍ର ଛତିଶଗଡର ରାୟପୁରରେ ଟ୍ରକ ଚଳାଉଥିଲା । ସେଠାରେ ଅନ୍ୟ ଜଣେ ଡ୍ରାଇଭରଙ୍କ ସହ ବନ୍ଧୁତ୍ୱ ଗଢ଼ି ଉଠିଥିଲା । ଫଳରେ ବନ୍ଧୁଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା । ଶେଷରେ ବନ୍ଧୁତ୍ୱ ଏତେ ଆଗକୁ ବଢ଼ି ଯାଇଥିଲା ଯେ ଜିତେନ୍ଦ୍ର ବନ୍ଧୁଙ୍କ ଘରେ ରହିଥିଲା । ବିଶ୍ୱାସରେ ଘରେ ରଖିବା ପାଇଁ ମଧ୍ୟ ପରିବାର ଲୋକ ରାଜି ହୋଇ ଯାଇଥିଲେ । ଏବଂ ବନ୍ଧୁଙ୍କ ଘରେ ରହିଥିଲା ଜିତେନ୍ଦ୍ର ।
ଜିତେନ୍ଦ୍ର ମନରେ ଥିଲା ଖରାପ ଭାବନା । ସାଙ୍ଗର ନାବାଳିକା ଭଉଣୀ ଉପରେ ପଡିଥିଲା ଖରାପ ନଜର । ଶେଷରେ ଘରେ କେହି ନଥିବା ସମୟରେ ନାବାଳିକାକୁ ଅପହରଣ କରିନେଇ ଆସିଥିଲା । ବାହାରେ କିଛି ଦିନ ରଖିବା ପରେ ୨୦ଦିନ ହେବ ଓଡିଶାରେ ଆସି ରହୁଥିଲା । ନାବାଳିକାଙ୍କ କହିବା ମୁତାବକ ଯୁବକ ଜଣଙ୍କ ସବୁଦିନ ତା ସହ ଶାରିରୀକ ସମ୍ପର୍କ ରଖିବା ସହ ମାଡ ପିଟ କରଉଥିଲା । ଏବଂ ଏହି କଥା କହିଲେ ମାରିଦେବା ପାଇଁ ଭୟ ଦେଖାଉଥିଲା । ତେବେ ଗତକାଲି ମାଡପିଟ କରୁଥିବା ସମୟରେ ଧରାପଡିଥିଲା ଅଭିଯୁକ୍ତ ।