ଢେଙ୍କାନାଳ(ଏଟିଆର ବ୍ୟୁରୋ):ବନ୍ଦ କାର ଭିତରୁ ଦେଢ ବର୍ଷର ଶିଶୁ କନ୍ୟା ଉଦ୍ଧାର । ଆଜି ମଧ୍ୟାହ୍ନ ସମୟରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କରା ଦେଖିବାକୁ ମିଳିଥିଲା । ପ୍ରାୟ ଏକ ଘଣ୍ଟା ହେବ ସେହି କାର ପାଖକୁ କେହି ଆସୁ ନଥିବାରୁ ସ୍ଥାନୀୟ ଲୋକ ମାନଙ୍କର ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକ ମାନେ କାର ନିକଟକୁ ଯାଇ ଦେଖିବାକୁ ପାଇଥିଲେ ଯେ, କାର ଭିତରେ ଏକ ଶିଶୁ କନ୍ୟା ମୁମୂର୍ଷୁ ଅବସ୍ଥାରେ ପଡି ହୋଇ ରହିଛି ।
ସ୍ଥାନୀୟ ଲୋକ ମାନେ କାର କାଚ ଭାଙ୍ଗି ଶିଶୁ କନ୍ୟାକୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । କିଛି ସମୟ ପରେ ଶିଶୁ କନ୍ୟାର ବାପା ମା ଆସି ଶିଶୁ କନ୍ୟାକୁ ନିଜ ପାଖକୁ ନେଇଥିଲେ । ସୂଚନା ଅନୁସାରେ ଶିଶୁ କନ୍ୟା ବନ୍ଦ କାର ଭିତରେ ପାଖାପାଖି ଏକ ଘଣ୍ଟା ହେବ ଥିଲା । ଫଳରେ ଶ୍ୱାଶରୁଦ୍ଧ ହୋଇ ବେହେସ ହୋଇଯାଇଥିଲା । ଶିଶୁକୁ ସ୍ଥାନୀୟ ଲୋକ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଶୁଶିଟି ଭଲ ଥିବାର ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ହେଉଛି ।