ଚାନ୍ଦବାଲି (ଏଟିଆର ବ୍ୟୁରୋ): ସାରା ରାଜ୍ୟକୁ ଏବେ କରୋନାର ଭୟ ଘାରିଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ସମସ୍ତ ତଥ୍ୟକୁ ସରକାରୀ ୱେସାଇଡରେ ରଖିବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଯତ୍ନବାନ ହୋଇପଡିଛନ୍ତି ସରକାର । ହେଲେ ଏହି ସମୟରେ ପାରାଦୀପ ବନ୍ଦରରେ ଏକ ଚୀନ ଜାହାଜ ଲାଗି ସମସ୍ତଙ୍କୁ ଅତଙ୍କିତ କରିଦେଇଛି ।
ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ମହାମାରୀର ରୂପ ନେବା ପରେ ଧୀରେ ଧୀରେ ଏହା ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଲାଣି । ଭାରତରେ ବର୍ତ୍ତମାନ ସୁଦ୍ଧା ୧୪୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିସାରିଛି । ତେବେ ଓଡିଶାରେ ଜଣେ କରୋନା ରୋଗରେ ଆକ୍ରାନ୍ତ ଥିବା ବେଳେ ଅନ୍ୟ ବ୍ୟକ୍ତିମାନେ ଏହି ରୋଗ କବଳରୁ ଦୂରରେ ଅଛନ୍ତି । ତେବେ ଚୀନର ଦୁଇଟି ଜାହାଜ ଧାମରାରେ ଲାଗିବା ଫଳରେ ସଭିଙ୍କ ମନରେ ଭୟ ଅଧିକ ବଢିବାରେ ଲାଗିଛି । ଅନ୍ୟପଟେ ଜାହଜରେ କେତେଜଣ ନାଗରିକ ଅଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଜାହାଜରେ ପାଇପ ଆସିଥିବା ଜଣାପଡିଛି ।
ଧାମରା ପୋର୍ଟର ଲୋକସମ୍ପର୍କ ଅଧିକାରୀ ସୁବାଶିଷ ମିଶ୍ରଙ୍କ କହିଥିଲେ ଯେ, ଜାହାଜ ଚିତାଗନରୁ ଆସିଛି ହେଲେ ଜାହାଜର ନାଗରିକ ମାନେ ଚାଇନା ଅଟନ୍ତି । ସେମାନେ ବହୁ ଆଗରୁ ଚୀନ୍ରୁ ଆସି ବିଶ୍ଵରେ ସବୁ ପୋର୍ଟରେ କାମ କରୁଛନ୍ତି । ଅନ୍ୟପଟେ ଚୀନର ଏହି ରୋଗ ବ୍ୟାପୁଥିବାରୁ କୌଣସି ମୁହୁର୍ତ୍ତରେ ଚୀନ ନାଗରିକଙ୍କ ଦ୍ୱାରା ଏହି ଭାଇରସ ବ୍ୟାପି ପରେ , ଜାହାଜକୁ ଦେଖି ଭୟଭୀତ ହୋଇଯାଇଛନ୍ତି ଧାମରା ନିକଟରେ ବସବାସ କରୁଥିବା ଲୋକେ ।