ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଯୋଗୁଁ ପଞ୍ଜାବରେ ଫସି ହୋଇ ରହିଥିଲେ ୧୪୦ ଓଡିଆ ଛାତ୍ରାଛାତ୍ରୀ । ପଞ୍ଜାବ ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଫସି ରହିଥିଲେ । ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ନୂଆଦିଲ୍ଲୀରେ ଥିବା ସ୍ୱତନ୍ତ୍ର ଅବାସିକ ଅୟୁକ୍ତ ରବି କାନ୍ତ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।
ରବି କାନ୍ତ ଏନେଇ ରେଳବାଇ ବୋର୍ଡ ଅଧିକାରୀଙ୍କ ସହ ଆଲେଚନା କରିଥିଲେ । ରେଳବାଇ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀ ମନଙ୍କୁ ସୁରକ୍ଷିତ ଭାବେ ପଞ୍ଜାବରୁ ଓଡିଶା ଆଣିବାକୁ ବ୍ୟବସ୍ଥା କରାଯାଇଥିଲା । ଆଜି ପୁରୁଷୋତ୍ତମ ଏକ୍ସପ୍ରେସ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଭୁବନେଶ୍ୱରରେ ପଞ୍ଚିଥିଲେ । ରେଳ ଷ୍ଟେସନରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ମାନଙ୍କୁ କରୋନା ବିଷୟରେ ସଚେତନତା କରାଇବା ସହ ସତର୍କ ରହିବାପାଇଁ ପରାର୍ମଶ ଦିଆଯାଇଛି ।