ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଦିବଙ୍ଗତ ତିନି ପୂର୍ବତନ ସଦସ୍ୟ ଓ ଜଣେ ସହିଦ ଯବାନଙ୍କ ପାଇଁ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହାକୁ ବିରୋଧୀ ମଧ୍ୟ ସମର୍ଥନ କରିଛନ୍ତି । ସେହିଭଳି ବିଜେପୁର ଉପ ନିର୍ବାଚନରେ ବିଧାୟକ ହୋଇ ବିଧାନସଭାକୁ ଆସିଥିବା ରୀତା ସାହୁ ଆଜି ଶପଥ ପାଠ କରିଛନ୍ତି ।
ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୀତାଙ୍କୁ ସପଥ ପାଠ କରାଇଛନ୍ତି । ଆଜି ପ୍ରଥମ ଦିନରେ ଉଭୟ ବିଜେପି ଓ କଂଗ୍ରେସର ବିଧାୟକ ମାନେ ବିଭିନ୍ନ ଦାବିକୁ ନେଇ ଆଜି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ । ଯେଉଁଥି ପାଇଁ ଦିନ ୩ ଟା ପର୍ଯ୍ୟନ୍ତ ବାଚଷ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି । ନାରୀ ନିର୍ୟ୍ୟାନତା ଉପରେ ଆଲୋଚନା ନହେବାରୁ ହୋହଲ୍ଲା ହୋଇଛି ।