ଭଦ୍ରକ(ଏଟିଆର ବ୍ୟୁରୋ): ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଦୁଇଟି ଚୀନ ଜାହାଜ ଲାଗିଛି । ଚୀନ ଦୁଇଟି ଜାହାଜ ବାଂଲାଦେଶ ଚିତଗଙ୍ଗରେ ଅଟକ ଥିଲା । ଏହା ପରେ ଗତକାଲି ଏହି ଦୁଇଟି ଜାହାଜ ଧାମରା ବନ୍ଦରରେ ଆସି ଲାଗିଛି । ଏହି ଦୁଇଟି ଜାହାଜ ଖାଲି ଅଛି । ଧାମରା ବନ୍ଦରରୁ ଆଇରନ ବେଲ୍ଡ, ଲୁହା ପଥର ନେବା ପାଇଁ ଏହି ଜାହାଜ ଆସିଥିବାର ସୂଚନା ମିଳିଛି । ତେବେ ଧାମରା ବନ୍ଦରରେ ପହଞ୍ଚିବା ମାତ୍ରେ ବନ୍ଦର କର୍ତ୍ତୃପକ୍ଷ ଜାହାଜରେ ଥିବା କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏହି ଜାହାଜରେ ୪୪ ଜଣ କର୍ମଚାରୀ ଅଛନ୍ତି ।
ତେବେ ସାରା ଦେଶରେ ଏବେ କରୋନା ଭାଇରସ ବ୍ୟାପୁଥିବାରୁ ଜାହାଜରେ ଥିବା କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ଭାଇରସ ଚୀନରୁ ଆରମ୍ଭ ହୋଇଥିବାରୁ ଧାମରା ବନ୍ଦରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଇମିଗ୍ରେସନ ନ ଥିବାରୁ ଜାହାଜର କର୍ମଚାରୀ ମାନେ ତଳକୁ ଆସି ପାରିବେ ନାହିଁ । ତେଣୁ କରି ଭୟ ଭିତ ହେବାର କୌଣସି ଅବଶ୍ୟକ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।