କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପୁଣି ଏକ ଲଜ୍ଜା ଘଟଣା ନଜରକୁ ଆସିଛି । ଦୀର୍ଘଦିନ ହେବ ଛାତ୍ରୀ ଗର୍ଭବତୀ ହେବା ଏବଂ ଛୁଆ ଜନ୍ମ ଦେବା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଦାରିଙ୍ଗବାଡି, ଢ଼େଙ୍କାନାଳ, ଯାଜପୁର ପରେ ଏଥର କେନ୍ଦ୍ରାପଡା ଜିଲ୍ଲା କୁମାରୀ ମାତୃତ୍ୱ ହୋଇଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଦେବା ପରେ ପରିବାର ଲୋକ ମେଡିକାଲରେ ଛାଡି ପଳାଇଛନ୍ତି । ତେବେ ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସୁରକ୍ଷା ସମିତି ସଦସ୍ୟ ମାନେ ମା ଏବଂ ଶିଶୁକୁ ଉଦ୍ଧାର କରି ସ୍ୱଧାର ଆଶ୍ରମରେ ରଖିଛନ୍ତି । ତେବେ ନାବାଳିକାଙ୍କ ଗର୍ଭବତୀ କରିଥିବା ଅଭିଯୁକ୍ତ କିଏ ତାହା ଜଣାପଡିନାହିଁ ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଳା ପାଟକୁରା ଅଞ୍ଚଳରେ ଘଟିଛି ଏହି ଘଟଣା । ସେମାବାର ଛାତ୍ରୀଙ୍କ ପେଟକାଟୁଥିଲା । ଏଣୁ ପରିବାର ଲୋକ ତାଙ୍କୁ ପାଟକୁରା ମେଡିକାଲକୁ ନେଇଥିଲେ । ମାତ୍ର ସେମାନେ ଜାଣିନଥିଲେ କି ଝିଅ ଗର୍ଭବତୀ ଅଛି । ତେବେ ଡାକ୍ତର ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା କହିଥିଲେ । ଏହାପରେ ପରିବାର ଲୋକ ଲାଜରେ ଝିଅକୁ ମେଡିକାଲରେ ଛାଡି ଘରକୁ ପଳେଇ ଆସିଥିଲେ । ରାତିରେ ଝିଅଟି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା । ମେଡିକାଲ କର୍ତ୍ତୃପକ୍ଷ କେନ୍ଦ୍ରାପଡା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେବା ପରେ ସୁରକ୍ଷା ସମିତି ଆସି ଉଭୟଙ୍କୁ ସ୍ୱାଧୀ ଆଶ୍ରମରେ ରଖିଛନ୍ତି । ତେବେ ଛାତ୍ରୀ ଜଣକ ଦଶମ ଟେଷ୍ଟ ପରୀକ୍ଷା ଦେଇ ଘରେ ରହୁଥିଲେ ବୋଲି ଜଣାପଡିଛି ।