ପୁରୀ ( ଏଟିଆର ବ୍ୟୁରୋ): ଅକ୍ଟୋବର ସାରା ଦେଶରେ ପାଳନ ହେବ ୧୫୦ ତମ ଗାନ୍ଧୀ ଜୟନ୍ତୀ । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପର୍ଯ୍ୟନ୍ତ ଏହି ଦିନ ଠାରୁ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଆଜିଠାରୁ ଆରମ୍ଭ ହୋଇଛି ମୋ ବେଳାଭୂମି କ୍ଲିନ ଅଭିଯାନ ଆରମ୍ଭ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ୧୦୦ ଟି ସ୍ଥାନରେ ୧୦ ହଜାର ଲୋକ ଏକାଠି ହେବେ । ଆଜି ସକାଳୁ ଏହା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗଦେଇ ପର୍ଯ୍ୟଟକ ମାନଙ୍କୁ ସଚେତନ କରିଛନ୍ତି ।
ପାଖାପାଖି ୧୦୦ କିଲୋମିଟର ପର୍ୟ୍ୟନ୍ତ ବେଳାଭୂମିର ସଫେଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବେଳାଭୂମିକୁ କିଭଳି ସଫା ରଖାଯାଇ ପାରିବ ସେଥିପାଇଁ ସମସ୍ତେ ଶପଥ ନେବେ। ସାମୁଦ୍ରିକ ଝଡ଼ ଫନି ପରେ କିଭଳି ପୁରୀ ପୁଣି ଥରେ ଅଣ୍ଟା ସଳଖ କରି ଛିଡା ହୋଇଛି, ସେହି ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଛି ।
ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ସାମିଲ ହେବା ପାଇଁ ହୋଇଛନ୍ତି । ପୁରୀରେ ଏହି ସଫେଇ ଅଭିଯାନ ଆଜି ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୂରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।