ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦୂତି ଜିତିଲେ ରୋପ୍ୟ ପଦକ । ଇଣ୍ଡୋନୋସିଆର ଜାକର୍ତା ଠାରେ ଚାଲିଥିବା ଏସିଆନ ଗେମ୍ସରେ ଓଡିଆ ଧାବିକା ଦୂତି ଚାନ୍ଦ ଦେଖାଇଲେ ନିଜ କମାଲ । ଜିଣିଲେ ରୋପ୍ୟ ପଦକ । ଭାରତ ପାଇଁ ଆଣିଦେଲେ ଆଉ ଏକ ପଦକ । ଗତକାଲି ଦୂତିଙ୍କ ଏଭଳି ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ଲହଡି ଖେଳିଯାଇଛି । ଗୋଟେ ମଧ୍ୟବିତ୍ତ ପରିବାରରୁ ଯାଇ ଏସିୟ କ୍ରିଡାରେ ଭାଗନେଇ ପଦକ ହାସଲ କରି ଦୂତୀ ନିଜ ଦୃଢ ମାନସିକତାର ପରିଚୟ ଦେଇଛନ୍ତି ।
ଜାକର୍ତାରେ ଖେଳା ଯାଇଥିବା ୧୦୦ ମିଟର ଦୌଡରେ ଦୂତି ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିଯାଇଥିଲେ । ମାତ୍ର ଏକ ମାଇକ୍ରୋ ସେକେଣ୍ଡର ଅନୁପାତରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ ହରାଇବାକୁ ପଡିଥିଲା । ଦୌଡ ଶେଷ ହେବା ମାତ୍ରେ ସେ କେଉର୍ ସ୍ଥାନରେ ରହିଲେ ସେ ନେଇ ଦ୍ୱନ୍ଦରେ ପଡିଯାଇଥିଲେ ଦୂତି । କିନ୍ତୁ ପରେ ଜଣାପଡିଥିଲା ଯେ ଦୂତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଏସିୟ କ୍ରିଡାରେ ଦୂତୀ ୧୦୦ ମିଟର ଦୌଡରେ ରୋପ୍ୟ ପଦକ ଜିତି ଓଡିଶାକୁ ଗର୍ବିତ କରିଛନ୍ତି ।
ସେ ନିଜ ସଫଳତାକୁ ସମଗ୍ର ଓଡିଶା ବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ରାଜ୍ୟବାସୀଙ୍କ ସ୍ନେହ ,ଭଲପାଇବା ଓ ଆର୍ଶୀବାଦ ଯୋଗୁ ଁ ସେ ଏଭଳି ସଫଳତା ପାଇଥିବା ଦୂତି ନିଜ ପ୍ରତିକ୍ରୀୟାରେ କହିଛନ୍ତି । ସେପଟେ ଆଗକୁ ୨୦୦ ମିଟର ଦୌଡ ଥିବାରୁ ସେ ଆଉ ଏକ ପଦକ ଆଶା ରଖି ପଡିଆକୁ ଓଲ୍ଲାଇବେ । ତେବେ ୧୦୦ ମିଟର ଦୌଡର ସଫଳତା ତାଙ୍କ ମନୋବଳକୁ ଦୃଢକରିବ ବୋଲି ଦୂତି କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024