ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୬ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ବିଜେଡି ରାଜ୍ୟସଭା ପାଇଁ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କ ନା’ ଘୋଷଣା କରିଛି । ଅନ୍ୟପଟେ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ରମେଶ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି ।
ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ସୁବାସ ସିଂହ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ମୁନ୍ନା ଖାଁ ସଂଖ୍ୟାଲଘୁ ବ୍ୟାପାର ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ସୁଜିତ କୁମାର ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଥିବା ବେଳେ ମମତା ମହାନ୍ତ ମୟୂରଭଞ୍ଜ ବିଜେଡି ମହିଳା ଶାଖାର ସଦସ୍ୟା ଅଛନ୍ତି। ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କ ନା’ ଘୋଷଣା ହେବା ପରେ ସମସ୍ତ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ କୃତଞ୍ଜତା ଜଣାଇବା ସହ ରାଜ୍ୟର ସମସ୍ତ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବେ ବୋଲି କହିଛନ୍ତି ।