ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପିପିଲି ଓ ଡେଲାଙ୍ଗ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି ।୨ ଟି ବଲ୍କ ପାଇଁ ମୁଖ୍ୟମନ୍ତ୍ରୀ ୭୦ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘ପିପିଲି ଓ ଡେଲାଙ୍ଗ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ପିପିଲି ଓ ଡେଲାଙ୍ଗର ବିକାଶ ଉପରେ ଫୋକସ କରିଆସିଛି । ମହିଳା ଓ ଗାଁର ବିକାଶ ଉପରେ ଫୋକସ କରିଆସିଛି । ଗରିବଙ୍କ ମୁହଁରେ ହସ ଫୁଟାଇବା ମୋତେ ସନ୍ତୋଷ ମିଳିଥାଏ । ‘
କରୋନା ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏବଂ କରୋନା ନିୟମ ମାନି ଚଳିବାକୁ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ।