ଭୁବନେଶ୍ୱର(ଏଟିଆର ବୁରୋ): ଆଜିଠୁ ଆରମ୍ଭ ହୋଇଛି ଅନଲାଇନରେ ଓଜେଇଇ ପରୀକ୍ଷା ପାଇଁ ଆବେଦନ । ଆଶାୟୀ ଛାତ୍ରଛାତ୍ରୀ ମାନେ ଓଜେଇଇ ୱେସାଇଟରେ ojee.nic.in ଆବେଦନ କରିପାରିବେ । ଛାତ୍ରଛାତ୍ରୀ ମାନେ ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଅନଲାଇନରେ କରିପାରିବେ ।
ସେହିପରି ଆସନ୍ତା ଏପ୍ରିଲ ୨୦ ତାରିଖରୁ ଛାତ୍ରଛାତ୍ରୀ ମାନେ ଅନଲାଇନରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦଙ୍କ ସୁଚନା ଅନୁସାରେ ମେ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ହେବ ।