ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (ସାଣ୍ଟ) ର ସଫଳ ଉତକ୍ଷେପଣ ପାଇଁ ଡିଆରଡିଓ ତଥା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Congratulate @DRDO_India on the successful test-firing of Stand-off Anti-Tank (SANT) Missile off the coast of #Odisha.
— Naveen Patnaik (@Naveen_Odisha) October 20, 2020
ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (ସାଣ୍ଟ) ର ଉତକ୍ଷେପଣ ଓଡିଶା ସମୁଦ୍ର ଉପକୂଳରୁ କରାଯାଇଥିଲା । ସେହିଅନୁଯାୟୀ ସ୍ଥଳଭାଗକୁ ସାଣ୍ଟ ଆକାଶରୁ ଲକ୍ଷ୍ୟଭେଦ କରିଛି । ଏହାର ଲକ୍ଷ୍ୟଭେଦ ର କ୍ଷମତା ୧୫ ରୁ ୨୦ କିଲୋମିଟର ରହିଛି । ସେହିପରି ୪୩ କିଲୋଗ୍ରାମ ଓଜନ ଓ ୧,୮୫ ମିଟର ଲମ୍ବ ବିଶିଷ୍ଟ ସାଣ୍ଟରେ ଯୁଦ୍ଧାସ୍ତ୍ର ପାଖାପାଖି ୮ କେଜି ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ।