ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି କଲେଜ ଯାଇ କଲେଜ ନବିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ପହଞ୍ଚିବା ପରେ ସେଠାରେ ପିଲାମାନେ ଏକ ମାନବ ଶୃଙ୍ଖଳା ନିଆରି କରି ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜ ପାରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ଓ ବକ୍ସି ଜଗବନ୍ଦୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ନୂତନ କ୍ୟାଣ୍ଟିନର ଉଦଘାଟନ କରିବା ସହ କଲେଜରେ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ,୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ମୁଖ୍ୟ ପ୍ରବେଶ ପଥ ନବୀକରଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ କଲେଜ ପରିସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ । କଲେଜ ପରିସରରେ ଯେପରି ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନକରିବେ ସେଥି ନିମନ୍ତେ ରାଜ୍ୟ ସରକାର ସର୍ବଦା ତତ୍ପର ଅଟନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।