ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟ ନେଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ।୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪ଜି ଫୋନ ବାଣ୍ଟିଛନ୍ତି ।୨୦୧୮ ମସିହାରେ ସ୍ୱାଭିମାନ ଅଞ୍ଚଳ ଯାଇ ଗୁରୁପ୍ରିୟା ସେତୁ ଉଦଘାଟନ କଥା ସେ କହିଛନ୍ତି ।
ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଓ ଏଠାକାର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଥିଲେ ।ଏହି ଯୋଜନାରେ ୧୦୦କୋଟି ଟଙ୍କାର ପ୍ୟାକେଟ ଘୋଷଣା କରାଯାଇଥିଲା ।ଓ ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ଏହି ବ୍ୟବସ୍ଥାରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ର୍ୟ ସେବା,ଯୋଗାଯୋଗ,ପିଇବା ପାଣି,ଜଳସେଚନ,ଘର,ବ୍ୟାଙ୍କ,ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଏହା ସହ ମିଶନ ଶକ୍ତି ର ମା ମାନଙ୍କ ପାଇଁ ଏକ୍ସପୋଜର ଭିଜିଟର ବ୍ୟବସ୍ଥା କରାଯାଇଛି । ଏଥି ସହ ଏହି ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ ୪ଜି ସୁବିଧା ସହ ଆଉ ୩ଟି ଟାୱାର ମଧ୍ୟ ସ୍ଥାପନ କରାଯିବ ।
ଏହି ବ୍ୟବସ୍ଥା ଦ୍ୱାରା ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଆହୁରି ଭଲ ଭାବେ ଅନ୍ୟ ଅଞ୍ଚଳ ସହ ଯୋଡ଼ି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କହିଛନ୍ତି ।ପିଲାମାନଙ୍କ ପାଠ ପଢାରେ ମଧ୍ୟ ଏହା ସହାୟକ ହୋଇପାରିବ ।ସ୍ୱାଭିମାନ ଅଞ୍ଚଳକୁ ରାଜ୍ୟରଏକ ଆଗୁଆ ଅଞ୍ଚଳ ଭାବେ ଗଢିବା ପାଇଁ ମୋର ସବୁବେଳେ ଉଦ୍ୟମ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।