ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ତାଣ୍ଡବ ରଚିି ବାତ୍ୟା ୟାସ୍ ଏବେ ଦୁର୍ବଳ ହୋଇପଡିଛି ସତ । କିନ୍ତୁ ତାଣ୍ଡବ ପରର ଦୁର୍ଦ୍ଦଶା ଅଧିକ ବଢି ଯାଇଛି । ଅନେକ କ୍ଷୟକ୍ଷତି ହୋଇଛି । ହେଲେ ୟାସ୍ ର ପ୍ରଭାବରେ କେଉଁ ଅଞ୍ଚଳ କେତେ ପ୍ରଭାବିତ ଏବଂ ଏହାର କ୍ଷୟକ୍ଷତି କେତେ । ଏହାର ସମୀକ୍ଷା ପାଇଁ ଆଜି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ।
ବାତ୍ୟା ପରେ ପରେ ଗତକାଲି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ବାତ୍ୟା ପ୍ରଭାବିତ ୧୨୮ ଟି ଗାଁ କୁ ୭ ଦିନିଆ ରିଲିଫ ପାଇଁ ଘୋଷଣା କରିଥିଲେ ।
ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅଧିକ କ୍ଷୟକ୍ଷତି କରିଛି ବାତ୍ୟା ୟାସ୍ । ସମୁଦ୍ର ପାଣି ମାଡିଆସିବା ଫଳରେ ଅନେକ ଗାଁ ଏବେ ଜଳ ଘେରରେ ।