ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ କିଛି ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଜିରୋ ସଂକ୍ରମଣ ହେଲା ଆମର ଲକ୍ଷ୍ୟ । ଆପଣଙ୍କ ତ୍ୟାଗ ଓ ସହଯୋଗରେ କରୋନା ରାଜ୍ୟରେ ନିୟନ୍ତ୍ରଣ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି । କିନ୍ତୁ ବିପଦ ସମ୍ପୁର୍ଣ୍ଣ ଭାବେ ଟଳି ନାହିଁ । ମହାରାଷ୍ଟ୍ର,ଛତିଶଗଡ,ପଞ୍ଜାବ,ମଧ୍ୟପ୍ରଦେଶରେ ସ୍ଥିତି ବଢିବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସତର୍କ ରହିଲେ ଓଡିଶାକୁ ଲକଡାଇନ ଆଉ ଫେରିବନି । ବାହାରକୁ ଗଲେ ମାସ୍କ ପିନ୍ଧିବା ,ବେକରେ ଝୁଲାଇ ରଖିବା ନାହିଁ । ହାତକୁ ସାବୁନରେ ଧୋଇବା ,ମୁହଁ , ନାକ, ଓ ଆଖିରେ ହାତରେ ମାରିବନି । ମୋର ଅନୁରୋଧ,ସମସ୍ତେ କୋଭିଡ ନିୟମ ମାନନ୍ତୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଅର୍ଥନତୀତି , ସାମାଜିକ ସ୍ଥିତି ଏବଂ ପିଲାଙ୍କ ପାଠପଡା ପ୍ରଭାବିତ ହୋଇଛି । ଆକେ ଚାହିଁଲେ ଲକଡାଉନ ଆଉ ଫେରିବ ନାହିଁ । ବାହାରକୁ ଗଲେ ସତର୍କତା ଜରୁରୀ ରହିଛି । ଯେପରିକି ମାସ୍କ ପିନ୍ଧିବା,ହାତକୁ ଭଲ ଭାବେ ସାବୁନରେ ଧୋଇବ.ସାମାଜିକ ଦୁରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଅତି ଆବଶ୍ୟକ ନ ପଡିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।