ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଫନିର ପ୍ରଭାବକୁ ନଜରରେ ରଖି ଆସନ୍ତା କାଲି ସକାଳେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଲେ ପରାମର୍ଶ । ସାମୁଦ୍ରିକ ଝଡ ଫନି ଆସନ୍ତା କାଲି ସକାଳ ୬ ଟାରୁ ୧୦ ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା ଥିବାରୁ ଏହି ସମୟରେ ପାଖାପାଖି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ତେଣୁ ଏହି ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିଭଳି ବାତ୍ୟାର ଘଣ୍ଟାପ୍ରତି ବେଗ ମଧ୍ୟ ବଢୁଛି । ପୂର୍ବରୁ ପନ୍ଦର କିଲୋମିଟର ବେଗରେ ଆସୁଥିବା ବାତ୍ୟା ବର୍ତ୍ତମାନ ୧୭ କିଲୋମିଟର ବେଗରେ ସମୁଦ୍ର ଉପକୂଳକୁ ମାଡି ଆସୁଛି । ସେହିଭଳି ଆଜି ରାତିରେ ବର୍ଷାର ପରିମାଣ ବଢିବ ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେହଭଳି ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଳୋକଙ୍କୁ ଶୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ ରହିଛି । ସେହିଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଆସନ୍ତା କାଲି ଦୋକାନ ବଜାର ବନ୍ଦ ରଖିବା ସହିତ ଗାଡି ମଟର ନ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ରହିଛି ପରାମର୍ଶ । ସେହିଭଳି ଆଜି ମଧ୍ୟ ରାତିରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି ।