ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସାରା ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ୧୧ ଟା ୫ ରେ ଟିକାକରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ।
ଟିକାକରଣ କରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ଗ୍ରହୀତାଙ୍କ ଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ମତାମତ ନେଇଛନ୍ତି । ଏବଂ କ୍ୟାପିଟାଲ ହସ୍ପିଟାଲରେ ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହେବା ସହ ବ୍ରହ୍ମପୁରୁ ସିଟି ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ଡାକ୍ତର ତାଙ୍କ ଅନୁଭୂତି କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘ରାଜ୍ୟରେ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଗତ ୧୦ ମାସ ହେଲା କୋଭିଡ ଯୋଦ୍ଧାମାନେ ସଂଗ୍ରାମ ଜାରି ରହିଛି । ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁ ନାହିଁ । ସମସ୍ତଙ୍କ ସୁସ୍ଥତା କାମନା କରୁଛ’ୁ ।