ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଚଳିତ ବର୍ଷ ସାରା ଦେଶରେ ଲକ ଡାଉନ ଜାରି ହୋଇ ହୋଇଥିବାରୁ ପଣା ସଂକ୍ରାନ୍ତି ଫିକା ପଡିଛି । ମାତ୍ର ଓଡିଆ ମାନେ ନିଜ ନିଜ ଘରେ ରହି ପଣା ସଂକ୍ରାନ୍ତି କରିବା ସହିତ ଚଉରା ତୂଳସୀ ଉପରେ ପାଣି ଘଡି ବସାଇଛନ୍ତି । ତେବେ ମହା ବିଷୁବ ସଂକ୍ରାନ୍ତି ଓ ଓହିଆ ନବବର୍ଷ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। #PanaSankranti #OdiaNewYear pic.twitter.com/gIyTviR9we
— Naveen Patnaik (@Naveen_Odisha) April 13, 2020
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି “ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। “
ସେହିଭଳି ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ବର୍ତ୍ତମାନ ସମୟର ଆହ୍ୱାନ ହେଉଛି କରୋନା ବିରୋଧରେ ଏହି ଲଢେଇକୁ ଦୃଢତାର ସହ ଲଢ଼ିବା। ଆସନ୍ତୁ, ଏକ ହୋଇ ଏ ଯୁଦ୍ଧ ଜିତିବା। pic.twitter.com/SST19bXzqq
— Naveen Patnaik (@Naveen_Odisha) April 13, 2020