ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଗାଇଡ଼ଲାଇନ ଆଣିବାକୁ ଦାବିକରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗଭିର ପ୍ରଭାବ ପଡ଼ିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୭ ରୁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିବା ବେଳେ କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।
ଅନଲାଇନ ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଢାଇ ର୍ବୋଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଣୁ ୨୦୨୦-୨୦୨୧ ବୋର୍ଡ଼ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ୱଷ୍ଟ କରୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।ଯାହା ରାଜ୍ୟକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସାହାର୍ଯ୍ୟ କରିବ ।
ଏହା ସହ ପରୀକ୍ଷା ତାରିଖ ଆସିଲେ ସେହି ଅନୁସାରେ ପ୍ରସ୍ତୁତି ହେବା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ ।ତେଣୁ ମୁଁ କେନ୍ଦ୍ର ସରକୀରଙ୍କୁ ନିବେଦନ କରୁଛି ଯେ, ୨୦୨୦ -୨୦୨୧ ବୋର୍ଡ଼ ଓ ଏଚଏସଇ ପରୀକ୍ଷା କରିବା ନେଇ ସ୍ୱଷ୍ଟି କରଣ କରୁ।ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇଯିବ ।
ତେବେ କେନ୍ଦ୍ରସରକାର ସେ ନେଇ କଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନଥିବାରୁ ରାଜ୍ୟସରକାରଙ୍କର ଶିକ୍ଷାବର୍ଷ ଓ ପରୀକ୍ଷା ପାଇଁ ଚିନ୍ତା ବଢିଛି ।