ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ସପ୍ତାହେ ହେଲା ରାଜ୍ୟରୁ ଶୀତ ବିଦାୟ ନେଉଛି ଏବଂ ଖରା ଆଗମନ କରୁଛି । ଏବେ ରାତିରେ ଟିକେ ଥଣ୍ଡା ହେଉଥିବା ବେଳେ ସକାଳ ୮ ଟା ପରେ ଖରାର ପ୍ରକୋପ ବଢିବାରେ ଲାଗିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ ରାତି ବେଳା ତାପମାତ୍ରା ୨ ରୁ ୩ ଡିଗ୍ରୀ ଲେଖାଏଁ ବଢି ବଢି ଯିବ । ଯାହା ଫଳରେ ରାତିରେ ମଧ୍ୟ ଧିରେ ଧିରେ ଗରମ ଅନୁଭୂତ ହେବ । ତେବେ ପଶ୍ଚିମ ଓଡିଶାରେ ଏବେ ଦିନବେଳା ଖରାର ପ୍ରକୋପ ବଢି ଚାଲିିଛି । ଏମିତିକି କେତେକ ସ୍ଥାନରେ ଦିନ ବେଳା ତାପମାତ୍ରା ୩୫ ଡିଗ୍ରୀରୁ ମଧ୍ୟ ଅଧିକ ହୋଇ ଯାଉଛି ।
ଆଜି ମାଲକାନଗିରିରେ ତାପମାତ୍ରା ମଧ୍ୟାହ୍ନରେ ୩୫ ଡିଗ୍ରୀ ଛୁଇଁଛି । ସୂଚନାଯୋଗ୍ୟ ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭୂତ ହୋଇଥିବା ବେଳେ ବିଳମ୍ବରେ ଶୀତ ପ୍ରତ୍ୟାବର୍ତ୍ତନ କରିଛି । ଯାହା ଆକଳନ କରାଯାଉଛି ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଟାଣ ଖରା ଅନୁଭୂତ ହେବ । ପାଣିପାଗ ବିଭାଗ ଆକଳନ ଅନୁସାରେ ଶୀତ ଆଉ ଲେଉଟିବାର ନାହିଁ । ପ୍ରତିଦିନ ୧ ରୁ ୨ ଡିଗ୍ରୀ ତାପମାତ୍ରା ବଢିବ । ସେହିଭଳି ଦିନରେ ଦକ୍ଷୀଣ ପୂର୍ବରୁ ଗରମ ପବନ ମଧ୍ୟ ବହିପାରେ । ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଲଗାତାର ଭାବେ ବୃଦ୍ଧି ପାଇବ । ୨୦ ପରଠାରୁ ପାଗରେ ବ୍ୟାପକ ପରିବର୍ତ୍ତନ ଆସିବ ।