ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ଶୀତର ତାପମାତ୍ରା ବଢିବାରେ ଲାଗିଛି । ରାଜ୍ୟରେ ୬ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାର ସୂଚନା ମିଳିଛି ।କନ୍ଧମାଳ ଜିଲ୍ଲାର ଜି .ଉଦୟଗିରି ରେ ୩.୨ ଡିଗ୍ରୀ ସବୁଠାରୁ ଥଣ୍ଡା ସହର ରହିଛି ।
ଅଧିକ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏବଂ କିଛି କିଛି ସ୍ଥାନରେ ସକାଳରୁ କୁହୁଡି ଥବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୫.୫ ଡିଗ୍ରୀ , କୋରାପୁଟରେ ୯.୫ ଡିଗ୍ରୀ , ବଲାଙ୍ଗୀରରେ ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ, ଭୁବନେଶ୍ୱରରେ ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ଏହାସହ ରାଜ୍ୟରେ ଶୀତର ଲହରୀ ସହିତ ପବନ ବହୁଥିବାର ଦେଖିବାକୁ ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଲୋକମାନେ ନିଆଁ ପୁଉଁ ଥିବାବେଳେ ଅନେକ ସ୍ଥାନରେ ଲୋକମାନେ ବ୍ୟାୟମ ମଧ୍ୟ କରୁଛନ୍ତି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।