ଭୁବନେଶ୍ୱର(ଏଟିଆର ବ୍ୟୁରେ): ଓଡିଆ ରିତି ନିତୀ ଅନୁସାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ଯାହାକୁ ବେଶ ଧୁମ ଧାମରେ ପାଳନ କରିଥାନ୍ତି ଓଡିଶା ବାସୀ । ତେବେ ସବୁ ପର୍ବ ଭିତରୁ ନିଆରା ପର୍ବ ହେଉଛି ହୋଲି । ଆଜି ହେଉଛି ରଙ୍ଗର ପର୍ବ ହୋଲି । ଚାରିଆଡେ ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁ ମାନଙ୍କ ସହ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଛନ୍ତି । ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ଭାଇଚାରାର ସମ୍ପର୍କକୁ ବଢାଉଛନ୍ତି ସମସ୍ତ ।
ତେବେ କୌଣସି ପ୍ରକାରର ଅଘଟଣ ନଘିଟିବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । କମିଶନରେ ପୋଲିସ ଦ୍ୱାରା ରାଜଧାନୀ ଭୁବନେଶ୍ୱରରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଦୁଆ ଗାଡି ଚାଳକଙ୍କ ପାଇଁ ୨୮ଟି ଜାଗାରେ ନାକାବନ୍ଦୀ ବ୍ୟବସ୍ଥା କରାଯାଇଛି । ଏହା ସହ ୧୭ଟି ଭ୍ୟାନ ପାଟ୍ରୋଲିଂ କରିବ । ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପ ଚାଳକଙ୍କ ଉପରେ ପୋଲିସ ନଜର ରଖା ଯାଉଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ । ଏହା ସହ ହୋଲି ଖେଳିଳା ବେଳେ ସତର୍କତା ଅବଳମ୍ବନ କରିବାକୁ ଡିସିପି ଅନୁପ ସାହୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ଏକାଠି ହୋଇ ହୋଲି ଖେଳିବାକୁ ମନା କରିଛନ୍ତି । ସେ କହିଛନ୍ତି କରୋନା ଭାଇରସକୁ ନଜର ରଖି ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନଖେଳନ୍ତୁ । କରୋନା ଭାଇରସ ପାଇଁ ସ୍କୁଲ ମାନଙ୍କରେ ହେଉତିବା କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ ରଖାଯାଇଛି । ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।ତେବେ ଚଳିତ ବର୍ଷ ହୋଲି ସାମାନ୍ୟ ଫିକା ପଡିଛି । କରୋନା ଭାଇରସ ଭୟରେ ଲୋକ ମାନେ ହୋଲି ଖେଳିବାକୁ ଡରୁଥିବାର ଦେଖାଯାଇଛି ।