ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆଜି ରାଜ୍ୟ କଂଗ୍ରେସ ତାର ନିର୍ବର୍ଚନୀ ଇସ୍ତାହାର ପ୍ରକାଶ କରିଛି । ପିସିସି ସଭାପତି ଏହି ଇସ୍ତାହାର ପ୍ରକାଶ କରିଛନ୍ତି । ଚଳିତ ୧୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଦଳ ଏଥର ମହିଳା, ବେକାରୀ ଓ ଶିକ୍ଷାକୁ ଅଧିକ ଗରୁତ୍ୱ ଦେଇଛି । ଚାକିର ନ ମିଳିବା ଯାଏଁ ବେକାର ଯୁବକ ମାନଙ୍କୁ ତିନି ହଜାର ଟଙ୍କା ଭତ୍ତା ଦେବାକୁ ଇସ୍ତାହାରରେ ପ୍ରକାଶ କରିଛି ଦଳ । ସେହିଭଳି କଂଗ୍ରେସ ସରକାରକୁ ଆସିଲେ ଗରିବଙ୍କୁ ମାସକୁ ଛ ହଜାର ଟଙ୍କା ଓ ମାସକୁ ୬ ହଜାର ନିଯୁକ୍ତି ସୃଷ୍ଟିର ଗ୍ୟାରେଣ୍ଟି ଦେଇଛି ।
ସେହି ଭଳି ୨୦୧୪ ସୁଦ୍ଧା ସବୁ ବାସହୀନ ଓ ଭୂମିହୀନଙ୍କୁ ଘର ଯୋଗାଇଦେବ । ସଂସଦ ଓ ବିଧାନ ସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ । ଅଙ୍ଗନ ୱାଡି କର୍ମୀଙ୍କୁ ମାସିକ ୯ ହଜାର ଟଭକା ଦରମା ସହିତ ନିୟମିତ କରାଯିବ, ଛଅ ମାସ ମଧ୍ୟରେ ସମସ୍ତ ଚିଟ ଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଇବା, ଶିକ୍ଷକ ମାନଙ୍କୁ ଜାତୀୟ ହାରରେ ବେତନ ଦବା ପାଇଁ ଇସ୍ତାହାରରେ ଉଲ୍ଲେଖ ରହିଛି । ସେହିଭଳି ସେହିପରି ଚାଷୀ ମାନଙ୍କ ପାଇଁଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛି ଦଳ । ସରକାର ଆସିଲେ ଚାଷୀ ମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ପ୍ରତିଶୃତି ଦେଇଛି । ଯେଉଁ ଚାଷୀ ମାନେ ଋଣ ପରିଷୋଧ କରି ସାରିଛନ୍ତି ସେମାନଙ୍କ ଟଙ୍କା ଫେରାଇ ଦିଆଯିବ , ଧାନ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ଧାର୍ଯ୍ୟ କରିବା, ୩ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ୁ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରିଛି କଂଗ୍ରେସ ।
ମହିଳା ମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛି ଦଳ । ଯଥା ବିଧବା ମାନଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ବିଧବା ଭତ୍ତା ଦିଆଯିବ । ସେହିଭଳି ବେରୋଜଗାର ଦୂର କରିବା ପାଇଁ ପ୍ରତି ପରିବାରରେ ଜଣେ ଯୁବକକୁ ସରକାରୀ ଏବଂ ବେସରକାରୀ ସ୍ତରରେ ନିଯୁକ୍ତି ଏବଂ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରିବା । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକାର ନିଦାନ ଓ ଅସ୍ତ୍ରପ୍ରଚାର ମାଗଣାରେ କରାଯିବ । ଆଗମୀ ନିର୍ବାଚନରେ ଯଦି କଂଗ୍ରେସ ରାଜ୍ୟରେ ସରକାର ଗଢେ ଶତପ୍ରତିଶତ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।