ସମ୍ବଲପୁର (ଏଟିଆର ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ବାରଡୁଙ୍ଗୁରୀ ସ୍ଥିତ ବାସଭବନରେ ଆଜି ସକାଳୁ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଘରେ ଶଯ୍ୟାଶାୟୀ ଥିଲେ । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ପରିଲୋକ ଘଟିଥିବା ସୂଚନା ରହିଛି ।
ସମ୍ବଲପୁରୀ ସାହିତ୍ୟରେ ମଙ୍ଗୁଳୁଙ୍କର ବେଶ୍ ଅତୁଳନୀୟ ଅବଦାନ ରହିଥିଲା । ୧୯୮୧ରେ ସେ ଲେଖିଥିବା ସମ୍ବଲପୁରୀ ନାଟକ ଭୁଖା ବହୁ ପ୍ରସିଦ୍ଧି ତଥା ଲୋକପ୍ରିୟତା ହାସଲ କରିଥିଲେ। ଏହା ସମ୍ବଲପୁରୀ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲା।