ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାରେ ହସିବେ ଚାଷୀ । ଦୂର ହେବ ଚାଷୀଙ୍କ କଷ୍ଟ । ବାରମ୍ବାର ଋଣଭାରରେ ବୁଡି ରହିଥିବା ଚାଷୀମାନେ ଆତ୍ମହତ୍ୟା କରୁଥିବା ନଜରକୁ ଆସୁଛି । ଏଣୁ ଜନତାଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ପାଇଁ ଦରଦ ଦେଖେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି ଯଦି ଓଡିଶାରେ କଂଗ୍ରେସ ସରକାରକୁ ଆସେ ତାହେଲେ ଚାଷୀଙ୍କ ଋଣ ଛାଡ କରାଯିବ । ଏଭଳି ଏକ ସ୍ୱପ୍ନ ଓଡିଶାବାସୀଙ୍କୁ ଦେଖାଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସବୁବେଳେ ଚାଷୀଙ୍କ ସହ କଂଗ୍ରେସ ରହିଛି ଏବଂ ରହିବ ବୋଲି ମଧ୍ୟ କହିଛନ୍ତି । କଂଗ୍ରେସ ଭବନରେ ବସିଥିବା ଏକ ବୈଠକରେ ଏପରି ପ୍ରକାଶ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ଗତକାଲି ପାଞ୍ଚଟି ରାଜ୍ୟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରେ କଂଗ୍ରେସର ବଡ ବିଜୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ କଂଗ୍ରେସ ଭବନରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଏହି ବିଜୟ ଧାରାକୁ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବଜାୟ ରଖିବା ପାଇଁ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ କହିବା ପରେ ଓଡିଶାରେ ମଧ୍ୟ ପରିବର୍ତ୍ତନ ଆସିବ ବୋଲି ଆଶା ରଖିଛି ପିସିସି ।